ଲକ୍ଷ୍ମୀ ଦେବୀ ଙ୍କର ପୂଜା ଦିନେ ଜନ୍ମ
ଲଭି ହେଲ ଲକ୍ଷ୍ମୀକାନ୍ତ,
ଓଡ଼ିଆ ସାହିତ୍ୟ ଧନ୍ୟ ଯେ ହୋଇଲା
ନାମ ହେଲା ସୁ ବିଖ୍ଯାତ ।
ପିତା ଭାଗବତ ଜମିଦାରୀ ଘର
ରାଧାମଣୀ ଦେବୀ ମାତା,
ସମ୍ଭ୍ରାନ୍ତ କୂଳରେ ଜନମ ତୁମ୍ଭର
ପ୍ରସନ୍ନ ଥିଲେ ବିଧାତା.।
ବିଧାନସଭା କୁ ଚାରି ଥର ପିତା
କରିଥିଲେ ସଞ୍ଚାଳନ,
ଉପ ବାଚସ୍ପତି ପଦେ ଦୁଇ ଥର
ଦେଇଥିଲେ ସମ୍ବୋଧନ।
ସ୍ଵାଧୀନତା ପାଇଁ ସେକାଳେ ସଂଗ୍ରାମ
ଚାଲିଥିଲା ଚତୁର୍ଦିଗେ,
ତୁମ୍ଭ ଲେଖା ବଳେ ସ୍ଵାଧୀନ ସଂଗ୍ରାମୀ
ଛୁଟି ଆସୁଥିଲେ ଆଗେ।
ନୀଳକଣ୍ଠ ଦାସ ଗୋଦାବରିଶ ଯେ
ଥିଲେ ସତ୍ୟବାଦୀ ଯୁଗେ,
ଓଡ଼ିଆ ସାହିତ୍ୟ ରୁଦ୍ଧିମନ୍ତ ହେଲା
ଲକ୍ଷ୍ମୀକାନ୍ତ ଙ୍କର ଯୋଗେ।
ଗଳ୍ପ ଉପନ୍ୟାସ କାବ୍ୟ କବିତା ଯେ
ଚଳାଇ ଲେଖନୀ ମୁନ,
ସାହିତ୍ୟ ର ନିଧି ସାଜିଲେ ସହଜେ
ଓଡିଶା ହୋଇଲା ଧନ୍ୟ।
ଦୁଇ ଖଣ୍ଡେ ସର୍ବ ଲେଖାକୁ ରଖିଲେ
କାନ୍ତସାହିତ୍ୟୟନ,
ବ୍ୟଙ୍ଗ ଲେଖା ପୁଣି ଲଳିକା ଯେ ଭିନ୍ନ
ନାଟ୍ୟ କଲେ ରଚୟନ।
ପ୍ରଳୟ ଦୁନ୍ଦୁଭି ଉନ୍ମାଦ ଏ ଦେଶ
ଆର୍ଯ୍ୟ ବାହି ନି ଟି ସେହି
ଜାତୀୟ ପତାକା ବିଜୟ ବନ ଯେ
ସମର ସଙ୍ଗୀତ ସେହି।
ଇତିହାସ ସ୍ରୁଷ୍ଟି ଲେଖା ଯେ ତାଙ୍କର
ବନ୍ଦେ ଉତ୍କଳ ଜନନୀ,
ଓଡିଶା ପ୍ରଦେଶ ଶ୍ରେଷ୍ଠ ଗୀତ ହୋଇ
ନାମ କଲା ଓଜସ୍ଵିନୀ।
ଯୋଗେଶ୍ୱର ଗହୀର,
ସିର୍ଜାପାଲି, କେସିଙ୍ଗା,
କଳାହାଣ୍ଡି, ମୋ - 8249405395


0 Comments